You are currently viewing ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ

ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୪/୦୯, ପୂରୀ ପିପିଲି ଥାନା ନୂଆଶାସନ ଗ୍ରାମ ରେ ଯୁବକଙ୍କୁ ବିଭତ୍ସ ହତ୍ୟା। କହି ଜଣେ ଦୁର୍ବୃତ୍ତ ହାଣି ହତ୍ୟା କରିଚି। ମୃତ ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଲିକୁନା ବେହେରା। ସ୍ଥାନୀୟ ରାଜୀବଗନ୍ଧି ସେବା କେନ୍ଦ୍ର ବାରଣ୍ଡା ରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ଯୁବକଙ୍କ ମୃତ ଦେହ। ଖବର ପାଇ ପିପିଲି SDPO , ପିପିଲି IIC ଘଟଣା ସ୍ଥଳରେ ପହଁଛି ସରଜମିନ ତଦନ୍ତ କରୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟି ରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଛନ୍ତି ।

ମୃତ ଯୁବକ ଙ୍କ ନାମ ଲିକୁନା ବେହେରା , ବୟସ 18 ବର୍ଷ ଓ ସେ ନୁଆ ଶାସନ ଗ୍ରାମର ବିଜୟ ବେହେରା ପୁଅ। ପୂର୍ବ ଶତୃତାକୁ ନେଇ ଏଭଳି ବିଭସ୍ଛ ହତ୍ୟା କାଣ୍ଡ ଘଟାଇଥିବା ମୃତକଙ୍କ ବଡ଼ ଭାଇ ଅଭିଯୋଗ ଆଣିଥିବାବେଳେ ପିପିଲି SDPO ଦେବଦତ୍ତ ବରାଳ ଘଟଣା ସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।
। ତେବେ ରାତି ହୋଇ ଜାଇ ଥିବାରୁ ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ପହଞ୍ଚି ପାରିନାହିଁ। ସକାଳୁ ଟିମ୍ ପହଞ୍ଚି ତଦନ୍ତ କରିବ ବୋଲି ପିପିଲି sdpo କହିଛନ୍ତି। ତେବେ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ତନଘନା ତଦନ୍ତ ଆରମ୍ଭ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।