You are currently viewing ମାଗଣାରେ କରନ୍ତୁ ଆଧାର ଅପଡେଟ୍

ମାଗଣାରେ କରନ୍ତୁ ଆଧାର ଅପଡେଟ୍

  • Post category:ଓଡିଶା
  • Reading time:2 mins read

ଭୁବନେଶ୍ୱର (ଏ ଏନ୍ ଏସ)୧୬/୦୩, ଯଦି ଆପଣଙ୍କ ଆଧାର କାର୍ଡରେ କୌଣସି ତ୍ରୁଟି ରହିଯାଇଛି ତାହେଲେ ତୁରନ୍ତ ତ୍ରୁଟିକୁ ସୁଧାରିନିଅନ୍ତୁ । କାହିଁକି ନା ଏବେ ଆଧାର କାର୍ଡ ସଂସୋଧନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । କିଛି ଦିନ ପାଇଁ ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଲୋକଙ୍କୁ ସୁଯୋଗ ଦେଇଛି ୟୁଆଇଡିଏଆଇ । ଏହା କେବଳ ଅନଲାଇନ୍ ଆଧାର ଅପଡେଟ୍ ପାଇଁ ଲାଗୁ ହୋଇଛି ।

ତେବେ ଏହି ନିୟମ ମାର୍ଚ୍ଚ ୧୫ତାରିଖରୁ ଜୁନ୍ ୧୪ତାରିଖ ଯାଏଁ ଲାଗୁ ରହିବ । ୧୦ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡକୁ ସଂଶୋଧନ କରିବା ପାଇଁ ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି । ୟୁଆଇଡିଏଆଇ ଅନୁସାରେ, ମାଇଁ ଆଧାର ପୋର୍ଟାଲକୁ ଯାଇ ସେଠାରେ ପରିଚୟ ପତ୍ର ଏବଂ ଠିକଣା ଦେଇ ଆଧାରକାର୍ଡକୁ ରିଭ୍ୟାଲିଡ୍ କରିପାରିବେ ।

ଆଧାରକାର୍ଡରେ ନାମ ଭୁଲ ଥିଲେ ପରିଚୟ ପତ୍ରର ସ୍କାନ୍ କପି ଦେବାକୁ ପଡିବ । ସେହିପରି ଜନ୍ମ ତାରିଖ ଭୁଲ ଥିଲେ ଜନ୍ମ ପ୍ରମାଣ ପତ୍ରର ସ୍କାନ୍ କପି ଦେବାକୁ ପଡିବ । ଜେଣ୍ଡର ପରିବର୍ତ୍ତନ କରିବାକୁ ଥିଲେ କୌଣସି ପ୍ରମାଣ ପତ୍ର ଦେବାକୁ ପଡିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।