You are currently viewing ଦୃଷ୍ଟି ବାଧିତ ଭିନ୍ନକ୍ଷମ ମାନଙ୍କୁ ମାଗଣା ଲାପଟପ ବଣ୍ଟନ

ଦୃଷ୍ଟି ବାଧିତ ଭିନ୍ନକ୍ଷମ ମାନଙ୍କୁ ମାଗଣା ଲାପଟପ ବଣ୍ଟନ

ପୁରୀ- ୨୪.୦୮.୨୦୨୧, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଦୃଷ୍ଟି ବାଧିତ ୪ଜଣ ଭିନ୍ନକ୍ଷମଙ୍କୁ ନିଜ କାର୍ଯ୍ୟାଳୟରେ ମାଗଣା ଲାପଟପ ବଣ୍ଟନ କରିଛନ୍ତି । ସେହି ୪ଜଣ ହେଲେ ନିମାପଡାର ଶୁଭସ୍ମିତା ନାୟକ, ସତ୍ୟବାଦୀର ବୁଦ୍ଧେଶ୍ବର ପାତ୍ର, ପୁରୀ ସଦରର ଉମେଶ କୁମାର ପ୍ରଧାନ ଏବଂ କୋଣାର୍କର ଗାୟତ୍ରୀ ବେହେରା । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜର ମନୋବଳ ଦୃଢ କରିବା ସହ ଭଲ ପାଠପଢି ଭବିଷ୍ୟତ ଗଠନ କରିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ଜିଲ୍ଲାର ୧୦ ଜଣ ତୃତୀୟଲିଙ୍ଗୀଙ୍କୁ ଚିହ୍ନଟ ପତ୍ର ପ୍ରଦାନ କରାଯାଇଛି ।

ଏହା ଦ୍ବାରା ସେମାନେ ନିଜର ପରିଚୟ ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ନାୟକ, ଶ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।