You are currently viewing ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ

ସାମ୍ବାଦିକଙ୍କୁ ସମ୍ମୁଖ କୋଭିଡ ଯୋଦ୍ଧାର ମାନ୍ୟତା ପ୍ରଦାନ

ଭୁବନେଶ୍ବର-01.05.2021,ରାଜ୍ୟର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ମାନ୍ୟତା ପ୍ରଦାନ କରାଯାଇଛି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର 6,944 କାର୍ଯ୍ୟରତ ସାମ୍ବାଦିକଙ୍କୁ ମାନ୍ୟତା ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ ଅବଦାନ ପ୍ରଶଂସନୀୟ । ଏହି ସମୟରେ କୋଭିଡ୍ ସମ୍ବନ୍ଧୀୟ ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରାଉଛନ୍ତି ସାମ୍ବାଦିକ । ସାମ୍ବାଦିକଙ୍କ ଅବଦାନ ପାଇଁ ଗୋପାବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନା ଅଧୀନରେ ରାଜ୍ୟର ୬,୯୪୪ କାର୍ଯ୍ୟରତ ସାମ୍ବାଦିକଙ୍କୁ 2 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ଡ୍ୟୁଟି କରୁଥିବା ସମୟରେ କୋଭିଡରେ ମୃତ୍ୟୁ ଘଟୁଥିବା ସାମ୍ବାଦିକଙ୍କ ପରବର୍ତ୍ତୀ ସମୟରେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।