You are currently viewing ଭୁବନେଶ୍ୱର ଏମ୍ସରେ ହେବ ଫଙ୍ଗସ ଗବେଷଣା

ଭୁବନେଶ୍ୱର ଏମ୍ସରେ ହେବ ଫଙ୍ଗସ ଗବେଷଣା

ଭୁବନେଶ୍ୱର-୨୩.୦୮.୨୦୨୧, ଭୁବନେଶ୍ୱର ଏମ୍ସରେ ଆରମ୍ଭ ହୋଇଛି ଆଡଭାନ୍ସଡ ମୋଲିକ୍ୟୁଲାର ଡାଇଗ୍ନୋଷ୍ଟିକ ସେଣ୍ଟର। ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ପକ୍ଷରୁ ଏହି କେନ୍ଦ୍ର ଆରମ୍ଭ କରାଯାଇଛି।ଏହି କେନ୍ଦ୍ରରେ ବିଭିନ୍ନ ପ୍ରକାର ଫଙ୍ଗସ୍ ସଂକ୍ରମଣ ଉପ‌ରେ ଗବେଷଣା କରାଯିବ। ଗବେଷଣା ପାଇଁ ଆଇସିଏମ୍‌ଆର୍‌ ୩ ବର୍ଷରେ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଦେଖାଦେଇଥିବା ବିଭିନ୍ନ ପ୍ରକାରର ନୂତନ ଫଙ୍ଗସ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବା ସହ ଏହାର ପ୍ରତିକାର ସଂକ୍ରାନ୍ତରେ ମଧ୍ୟ ଗବେଷଣା କରାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।