You are currently viewing ୩୦ ଲକ୍ଷର ଗଞ୍ଜେଇ ଜବତ, ମାଫିଆ ଫେରାର

୩୦ ଲକ୍ଷର ଗଞ୍ଜେଇ ଜବତ, ମାଫିଆ ଫେରାର

ଲମତାପୁଟ(ଏଏନଏସ) ୨୫.୧୧.୨୦୨୧, ବିପୁଳ ପରିମାଣର ଗଞ୍ଜେଇ ଜବତ୍ । ଜଲାପୁଟ ଅଞ୍ଚଳରୁ ଛତିଶଗଡ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ମାଛକୁଣ୍ଡ ପୋଲିସ । ୧୧ଟି ବସ୍ତାରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ, ଗଞ୍ଜେଇ ଚାଲାଣ ନେଇ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସ.ଡ଼ି.ପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ , ଲମତାପୁଟ , ଜଲାପୁଟ ପୋଲିସ ଟିମ୍ ଗଠନ କରି ସଗର ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲେ । ସେଠାରୁ  ଏକ ଗାଡିରେ ଟେଲିକମ ଯନ୍ତ୍ରପାତି ନେବା ଭଳି କାଠ ବାକ୍ସ କରି ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ତେବେ ସେହି କାଠ ବାକ୍ସରୁ ୧୧ଟି ବସ୍ତାରେ ପ୍ରାୟ ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପୋଲିସ ପିଛା କରିବା ଦେଖି  ମାଫିଆ ଫେରାର ହୋଇଯାଇଥିଲେ ।ମ ଗାଡିର ନମ୍ବର ଅନୁଯାୟୀ ମାଲିକ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।