You are currently viewing କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର; ଜଣେ ମୃତ, ୩ ଆହତ

କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର; ଜଣେ ମୃତ, ୩ ଆହତ

  • Post category:ଓଡିଶା
  • Reading time:1 mins read

ଝାରସୁଗୁଡା(ଏଏନଏସ)୨୭.୦୧.୨୦୨୨, ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଅଘଟଣ ।  କାରଖାନାରେ ଫାଟିଲା ଗ୍ୟାସ ସିଲିଣ୍ଡର  । ଗ୍ୟାସ୍‌ ସିଲିଣ୍ଡର ଫାଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩  ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ଭୋର ୪ଟା ସମୟରେ କାରଖାନାରେ କାମ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଶୈଳେଶ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ପଠାଇ ଦିଆଯାଇଛି । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।