You are currently viewing ପୁରୀରେ ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପୁରୀରେ ଗୋପବନ୍ଧୁଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

  • Post category:ଓଡିଶା
  • Reading time:1 mins read

ପୁରୀ (ଏ ଏନ୍ ଏସ) ତା ୨୯.୦୬ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ସମାଜ ପକ୍ଷରୁ ପୁରୀରେ ପାଳିତ ହୋଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେବେ ଗୋପବନ୍ଧୁଙ୍କ ପ୍ରର୍ତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉପଜିଲ୍ଲାପାଳ ଭବତରଣ ସାହୁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ ପ୍ରସାଦ ମହାପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଗୋପବନ୍ଧୁ ଭବନରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସେ କହିଲେ ଉତ୍କଳମଣି ଗୋପବନ୍ଧୁଙ୍କ ନିସ୍ୱାର୍ଥପର ସମାଜସେବା ଏବଂ ଆଦର୍ଶ ଶିକ୍ଷାପଦ୍ଧତି ତାଙ୍କୁ ଅମର କରିଛି। ଦୀନ ଦରିଦ୍ରଙ୍କ ପାଇଁ ଗୋପବନ୍ଧୁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଉତ୍କଳମଣିଙ୍କୁ ଭାରତରତ୍ନ ଉପାଧି ପ୍ରଦାନ ପାଇଁ ଶ୍ରୀ ଷଡ଼ଙ୍ଗୀ ଦାବି କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନ ପ୍ରାକ୍ତନ ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଟିକାୟତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଗୋପବନ୍ଧୁ ଅନ୍ୟ ପାଇଁ ବଞ୍ଚିଥିଲେ। ତାଙ୍କ ଜୀବନ ଆଦର୍ଶ କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରିଛି। ସେ କେବଳ ଓଡ଼ିଶାର ମଣି ନୁହନ୍ତି ସମଗ୍ର ଭାରତର ମଣି ବୋଲି ସେ ମତ ଦେଇଥିଲେ। ଉତ୍କଳମଣି ଗୋପବନ୍ଧୁ କୋଟି କୋଟି ଓଡ଼ିଆଙ୍କ ସ୍ୱାଭିମାନର ପ୍ରତୀକ ବୋଲି ସେ ପ୍ରକାଶ କରିଥିଲେ। ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀ, ସମାଜସେବୀ ଚକ୍ରଧର ମହାପାତ୍ର, ଉତ୍କଳ ବିଦ୍ୟତ ପରିଷଦ ସଭାପତି ମନୋଜ କୁମାର ରଥ, ଅଧ୍ୟାପକ ସୁକାନ୍ତ କୁମାର ମହାନ୍ତି, ଶିକ୍ଷାବିତ୍ ବିଶ୍ଵନାଥ ବେହେରା, ଡାକ୍ତର ରାଧାଶ୍ୟାମ ରଥ, ଆଇନଜୀବୀ ନାରାୟଣ ନନ୍ଦ, ଅଭିନନ୍ଦ ନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି ,ସମାଜସେବୀ ରାଜେଶ କୁମାର ମହାନ୍ତି, ହେକ୍ଟର ମିଶ୍ର, ଜଗନ୍ନାଥ ଦେଓ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଗୋପବନ୍ଧୁଙ୍କ ପଦାଙ୍କ ଅନୁକରଣ କରିବାକୁ ସେମାନେ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସମାଜ ଜିଲ୍ଲା ପ୍ରତିନିଧି ଜଗନ୍ନାଥ ବସ୍ତିଆ ସଭାରେ ସଭାପତିତ୍ବ କରିଥିଲେ। ଛାତ୍ରୀ ଜ୍ୟୋତିର୍ମୟୀ ଦାସ, ପୂଜା ପଲାଇ, ରଜନୀ ଜଗଦେବ ଭଜନ ପରିବେଷଣ କରିଥିଲେ।
ଅପରାହ୍ନରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।