You are currently viewing ଗୌତମ ଦାସ ଓଡିଶା ଟପ୍ପର

ଗୌତମ ଦାସ ଓଡିଶା ଟପ୍ପର

ଭୁବନେଶ୍ୱର, ଗତକାଲି ୨୦୨୧ ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଯାଇଛି । ଏହି ପରୀକ୍ଷାରେ ଗୌତମ ଦାସ ଓଡିଶାରୁ ଟପ୍ପର ହୋଇଛନ୍ତି । ଗୌତମ ପରୀକ୍ଷାରେ ୯୯.୯୯ ସ୍କୋର କରିଛନ୍ତି । ସୂଚନାଯୋଗ୍ୟ ଯେ,ଏହି ପରୀକ୍ଷା ଫେବୃଆରୀ ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସାରା ଦେଶରୁ ପ୍ରାୟ ୬ ଲକ୍ଷ ୬୧ ହଜାର ୭୭୬ ଜଣ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଆମ ରାଜ୍ୟର ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଇଥିଲେ । ପରୀକ୍ଷାରେ ପ୍ରାୟ ୬ ଜଣ ଶତ ପ୍ରତିଶତ ସ୍କୋର କରିବାରେ ସକ୍ଷମ ହୋଇପାରିଛନ୍ତି ସେମାନେ ହେଲେ -ଗୁଜୁରାଟର ଅନନ୍ତ କ୍ରିଷ୍ଣ କିଡାମ୍ବି, ଦିଲ୍ଲୀର ପ୍ରଭାକର କଟାରିଆ ଓ ରଞ୍ଜିମ ପ୍ରବଳ ଦାସ, ରାଜସ୍ଥାନର ସଙ୍କେତ ଝା, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ, ଛତିଶଗଡ଼ର ଗୁରମୂର୍ତ୍ତି ସିଂ ।

ଅନ୍ୟମାନଙ୍କୁ ଜଣାନ୍ତୁ।