You are currently viewing ଦୋଳ ଓ ହୋଲି ପାଇଁ କଡାକଡି ହେଲା କଟକଣା

ଦୋଳ ଓ ହୋଲି ପାଇଁ କଡାକଡି ହେଲା କଟକଣା

ଭୁବନେଶ୍ୱର, ରାଜ୍ୟରେ କରୋନା ସଂକ୍ରମଣର ବ୍ୟାପକ ଆଶଙ୍କା ରହିଥିବାରୁ ଆଗକୁ ଆସୁଥିବା ଦୋଳ ଓ ହୋଲି ଉପରେ ଆହୁରି କଡାକଡି କଟକଣା ଲଗାଯାଇଛି । କଟକଣା ଲଗାଇଛନ୍ତି ରାଜ୍ୟ ସରକାର । କଟକଣା ଅନୁସାରେ, ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣ ରହିବାକୁ ଅନୁମତି ପ୍ରଦାନ କରାଯାଇଛି ଏବଂ ଦୋଳ, ବିମାନ ନେଲା ସମୟରେ ଶୋଭାଯାତ୍ରା, ସାଉଣ୍ଡ ସିଷ୍ଟମ ନେବାକୁ ବାରଣ କରାଯାଇଛି । ଦୋଳ ମେଲଣ ସମୟରେ ସର୍ବାଧିକ ୫୦ ରୁ ୬୦ ଲୋକ ରହିବାକୁ ଅନୁମତି ଦିଆଯାଇଛି । ୬୦ ଲୋକରୁ ଯେପରି ଅଧିକ ଲୋକ ହେବେ ନାହିଁ ତାହା ତଦାରଖ କରିବା ଆୟୋଜକଙ୍କ ଦାୟିତ୍ୱ । ତେବେ ଯାତ୍ରା, ମେଲୋଡି, ଓ ମୀନାବଜାର ପଡିିପାରିବ ନାହିଁ । ଦୋଳ ବିମାନ ସହ ଯାଉଥିବା ଲୋକ ଠିକ ଭାବେ ମାସ୍କ ପିନ୍ଧିବା ଏବଂ ପରସ୍ପର ମଧ୍ୟରେ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।