You are currently viewing ସ୍କୁଲରୁ ମିଳିଲା ବନ୍ଧୁକ

ସ୍କୁଲରୁ ମିଳିଲା ବନ୍ଧୁକ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର(ଏଏନଏସ)୧୪/୦୩, ସମ୍ବଲପୁର ଜିଲ୍ଲା ଜମନକିରା ଥାନା ରେଙ୍ଗୁମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା । ବିଦ୍ୟାଳୟ କୋଠରୀରୁ ବାହାରିଲା ବନ୍ଧୁକ । ଜଣେ ଶିକ୍ଷକ ନିଜ ଅଧିନରେ ରଖିଥିବା କୋଠରୀରୁ ଏହି ବନ୍ଧୁକ ମିଳିଛି । ସୂଚନା ଅନୁସାରେ, ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ସାହୁ ରହୁଥିବା କୋଠରୀ ସଫା କରାଯିବା ସମୟରେ ଏକ ବନ୍ଧୁକ ପାଇଥିଲେ ସଫେଇ କର୍ମଚାରୀ । ସେହି ଦେଶୀ ପିସ୍ତଲଟି ଶିକ୍ଷକ ଗୋବିନ୍ଦ ସାହୁଙ୍କର ବୋଲି ଜଣାପଡିଛି। ତେବେ ସ୍କୁଲ ଭିତରୁ ପିସ୍ତଲ ବାହାରିବା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ । ତେବେ ସେ କାହିଁକି ନିଜ ପାଖେ ବନ୍ଧୁକ ରଖିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।