You are currently viewing ଭାରତ ବିକାଶ ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭାରତ ବିକାଶ ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଭୁବନେଶ୍ୱରର ବାଣୀବିହାର ସ୍ଥିତ ଭାରତ ବିକାଶ ପରିଷଦ ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ବାଣୀବିହାର ଶାଖା ତରଫରୁ ଶୈଳଶ୍ରୀ ବିହାର ନିକଟସ୍ଥ ନାରାୟଣ ଟ୍ରାନଜିଟ୍ ହାଉସ ଠାରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲା ।ଯେଉଁଥିରେ ସମାଜର କିଛି ଅବହେଳିତ ମହିଳାମାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ମାଧ୍ୟମରେ ସଚେତନ କରାଯିବା ସହ ମହିଳା ମାନଙ୍କୁ ସାନିଟାରୀ ନ୍ୟାପିକିନ ବଣ୍ଟନ କରାଯାଇଛି |

ତେବେ ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ତରଫରୁ ଶ୍ରୀମତୀ ମଞ୍ଜୁଳା ତ୍ରିପାଠୀ, ଶ୍ରୀମତୀ ମହାନ୍ତି, ଶ୍ରୀମତୀ ସୁଭଦ୍ରା ମିଶ୍ର ପ୍ରମୂଖ ଉଦବୋଧନ ଦେଇଥିବା ବେଳେ ସାଗରିକା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନାରାୟଣୀ ବସ୍ତି ତରଫରୁ ଶ୍ରୀ ପ୍ରଦୀପ ସେନାପତି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।