You are currently viewing ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ଘଟଣା; ଏଯାଏଁ କାରଣ ଅସ୍ପଷ୍ଟ

ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା ଘଟଣା; ଏଯାଏଁ କାରଣ ଅସ୍ପଷ୍ଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୭/୦୨, ଏଯାଏ ଜଣାପଡୁନି ମନ୍ତ୍ରୀ ନବଦାସ୍‌ଙ୍କୁ ହତ୍ୟା ଘଟଣାର ପ୍ରମୁଖ କାରଣ । ତଦନ୍ତକାରୀ ଟିମ୍ ଗୋପାଳ ଦାସକୁ ବିଭିନ୍ନ ସ୍ଥାନରେ ରଖି ଜେରା କରୁଛି । ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ତୃତୀୟ ଦିନ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିବା କଥା ଗୋପାଳ ସ୍ୱୀକାର କରିଥିଲେ ବି କାହିଁକି ମାରିଲେ ସେ କଥା ସ୍ପଷ୍ଟ କରୁ ନାହାଁନ୍ତି । କିନ୍ତୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଆଗରେ ଗୋପାଳ ହତ୍ୟାକାଣ୍ଡର ଗୁମର ଖୋଲିଥିବା ସୂଚନା ମିଳିଛି । ତେବେ ଗୋପାଳର ମାନସିକ ସ୍ଥିତି ପରୀକ୍ଷା ଚାଲିଥିବା ନେଇ କୁହାଯାଉଛି । କ୍ରାଇମବ୍ରାଞ୍ଚ କଣ ଜେରା କରୁଛି, ଗୋପାଳ କଣ କହୁଛି ତାହା ଗୁପ୍ତ ରଖାଯାଉଛି । ତେବେ ହତ୍ୟାକାଣ୍ଡ ସଂପର୍କରେ ଗୋପାଳର ବୟାନକୁ ନେଇ ଅନେକ ମନଗଢ଼ା କଥା ଏବେ ପ୍ରଚାର ହେଉଛି । ଅଭିଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରକୁ ପୁଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁଲିସ ଫୋର୍ସ ସହିତ ଗୋପାଳକୁ ଓଏସ୍‌ଏପି ଦ୍ବିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍‌ ଘରେ ରଖାଯାଉଥିବା ଜଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।