You are currently viewing ୨୯ ଓ ୩୦ରେ ତାପମାତ୍ରା ହେବ ୪୬ ଡିଗ୍ରୀ

୨୯ ଓ ୩୦ରେ ତାପମାତ୍ରା ହେବ ୪୬ ଡିଗ୍ରୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୨୮/୦୪, ଆସନ୍ତ ମେ’ ପ୍ରଥମ ସପ୍ତାହରେ ପାଗରେ ହୋଇପାରେ ସାମାନ୍ୟ ପରିବର୍ତ୍ତନ । ମିଳିପାରେ ତାତିରୁ ଆଶ୍ୱସ୍ତି । ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବା ସହ ଦିନର ତାପମାତ୍ରାରେ ମଧ୍ୟ ହ୍ରାସ ଘଟିବ । ମାତ୍ର ସେତେଦିନ ଯାଏଁ ଗରମର ପ୍ରଭାବ ଜାରି ରହିବ । ମେ’ ୨ତାରିଖ ଯାଏଁ ତାତି ସେହିଭଳି ଭାବେ ଲାଗି ରହିବ । ୨୮ରୁ ୩୦ ତାରିଖ ମଧ୍ୟରେ ତାପମାତ୍ରା ୪୬ ଡିଗ୍ରୀ ମଧ୍ୟ ଛୁଇଁପାରେ । ୩୦ ତାରିଖରେ ପଶ୍ଚିମ ଓଡିଶାରେ ପ୍ରଚଣ୍ଡ ତାତି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । ସେପଟେ ଦେଶର ୫ଟି ରାଜ୍ୟକୁ ଅରେଞ୍ଜ ୱର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ରାଜସ୍ଥାନ, ଦିଲ୍ଲୀ , ହରିୟାଣା, ଉତ୍ତରପ୍ରଦେଶ ଓ ଓଡିଶାକୁ ଏହି ୱାର୍ଣ୍ଣଂ ଜାରି କରାଯାଇଛି । ଏହାପରେ ମେ’୨ରୁ ୭ ମଧ୍ୟରେ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖୀ ହେବ । ୪ରୁ୬ ତାରିଖ ମଧ୍ୟରେ ଓଡିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।