You are currently viewing କରୋନାରେ ୨୦ ଜଣ ପଜିଟିଭ ଚିହ୍ନଟ ହେବା ପରେ ସପ୍ତାହେ ବନ୍ଦ ରହିବ ହାଇସ୍କୁଲ

କରୋନାରେ ୨୦ ଜଣ ପଜିଟିଭ ଚିହ୍ନଟ ହେବା ପରେ ସପ୍ତାହେ ବନ୍ଦ ରହିବ ହାଇସ୍କୁଲ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର,୦୭/୦୯: ରାଜ୍ୟରେ ଗତ ଦୁଇ ମାସ ହେବ ସ୍କୁଲ ଖୋଲିଥିବା ବେଳେ ଏବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇଛି ସ୍କୁଲରେ କରୋନା ସଂକ୍ରମଣ । ଏହାରି ମଧ୍ୟରେ କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ହାଇସ୍କୁଲ ସପ୍ତାହେ ପାଇଁ ବନ୍ଦ ହୋଇଛି । ସୂଚନା ଅନୁଯାୟୀ ବିଦ୍ୟାଳୟରେ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ବିଦ୍ୟାଳୟରୁ ୩୪୪ଟି ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ୬ ଜଣ ଶିକ୍ଷକ ଅଛନ୍ତି । ତେବେ ସପ୍ତାହେ ପାଇଁ ସ୍କୁଲ କୁ ବନ୍ଦ କରାଯାଇଥିବା ବେଳେ ବର୍ତ୍ତମାନ ସ୍କୁଲ ପରିସରକୁ ସାନିଟାଇଜ୍ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।