samalei

୨୭ ତାରିଖରେ ଉଦଘାଟିତ ହେବ ସମଲେଇ ପ୍ରକଳ୍ପ: ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ରାଜ୍ୟ ସରକାର 

  • Post category:ଓଡିଶା
  • Reading time:1 mins read

ଏଏନଏସ: ଆସନ୍ତା ୨୭ ତାରିଖରେ ଉଦଘାଟିତ ହେବ ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।  ମା’ଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ଏହି ଦିନ ସାରା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ (ସ୍କୁଲ ଓ କଲେଜ) ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।