You are currently viewing ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିସ୍ଫୋରକ ବୟାନ

ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିସ୍ଫୋରକ ବୟାନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (24.1.23) : ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିସ୍ଫୋରକ ବୟାନ । ବିଭିନ୍ନ ଅପରାଧରେ ପୀଡ଼ିତ, ପୀଡ଼ିତାଙ୍କ ସହାୟତା ଟଙ୍କା ବାଟମାରଣା ହେଉଛି । ଏହା ପଛରେ କିଛି ଅସାଧୁ ପୁଲିସ ଓ ଆଇନଜୀବୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି । ସେମାନଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଛି । ସରକାର ‘ସାକାର’ ଯୋଜନା ମାଧ୍ୟମରେ ପୀଡ଼ିତ ପୀଡିତାଙ୍କୁ ସହାୟତା ଯୋଗାଉଥିବା ବେଳେ ଏହି ଅସାଧୁ ମେଣ୍ଟ ମିଛ ମାମଲାକୁ ସତ କରି ସରକାରୀ ସହାୟତାର ଲାଭ ଉଠାଉଛନ୍ତି । ଫଳରେ ନିର୍ଦ୍ଦୋଷ ବ୍ୟକ୍ତି ମାମଲାରେ ଛନ୍ଦି ହେଉଛି ।ଭୁବନେଶ୍ୱର ରୋଟାରି ଭବନରେ ଆଇନ ସେବା ସଂସ୍ଥା କ୍ଳାପ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତୁଷାରକାନ୍ତି ବେହେରାଙ୍କ ଏଭଳି ବୟାନ ଏବେ ବିଭିନ୍ନ ମହଲରେ ହଟଚମଟ ସୃଷ୍ଟି କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଧାୟକ ହେବା ଦିନରୁ ମନ୍ତ୍ରୀ ହେବା ପର୍ଯ୍ୟନ୍ତ ତାଙ୍କ ନିକଟକୁ ଅନେକ ଅଭିଯୋଗ ଆସିଛି । ବହୁ ଲୋକ କ୍ଷତିପୁରଣ ସହାୟତା ପାଇଁ ଆବେଦନ କରିଛନ୍ତି ।ଏଥିରେ ଅଧିକାଂଶ ଯୌତୁକ ନିର୍ଯାତନା ଓ ଆଟ୍ରୋସିଟି ମାମଲା ରହିଛି । ଅଧିକାଂଶ ଆଟ୍ରୋସିଟି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିବା ସେ କହିଛନ୍ତି । ସ୍ଥାନୀୟ ଜନପ୍ରତିନିଧିଙ୍କ ସହାୟତାରେ ପୁଲିସ ଉପରେ ଚାପ ପକାଇ ଅଟ୍ରୋସିଟି ମାମଲା ରୁଜୁ କରାଯାଇଛି । ଏମିତିକି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ମଧ୍ୟ ୩ଟି ବିବାଦୀୟ ଅଭିଯୋଗ ଆସିଥିଲା ବୋଲି ସେ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।