You are currently viewing ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀର ଆତ୍ମହତ୍ୟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୫/୦୫, ସହିପାରିଲେନି ଦାମ୍ପତ୍ୟ ବିଚ୍ଛେଦ । ସ୍ତ୍ରୀର ଚିତା ଲାଗିନି ସ୍ୱାମୀ ହାରିଦେଲେ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର କଣ୍ଟାବାଞ୍ଝି ଅଂଚଳରେ । ଜଣେ ସ୍ୱାମୀ ରୋଗୀଣା ସ୍ତ୍ରୀର ମୃତ୍ୟୁ ପରେ କରିଛନ୍ତି ଆତ୍ମହତ୍ୟା । ଗାଁରେ ଶୋକାକୁଳ ପରିବେଶ ।କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଘଟିଛି ଏହି ଅଘଟଣ । ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷ ଜମିରେ ଥିବା ଗଛରେ ଗାମୁଛା ଲଗେଇ ଆତ୍ମହତ୍ୟା କଲେ ସ୍ୱାମୀ ଗୋଧନ ମଲ୍ଲିକ । କିଡ଼ନୀ ରୋଗରେ ଆକ୍ରାନ୍ତ ସ୍ତ୍ରୀକୁ ଚିକିତ୍ସା କରାଉଥିଲେ ସ୍ୱାମୀ । ରାତିରେ ସ୍ତ୍ରୀର ମୃତ୍ୟୁ ହେଲା ପରେ ପାହାନ୍ତିଆରେ ସ୍ୱାମୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ସୂଚନା। କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।