You are currently viewing ଶିକ୍ଷୟିତ୍ରୀଙ୍କ ଗଳା କାଟିଲା ଶିକ୍ଷକ ସ୍ବାମୀ !

ଶିକ୍ଷୟିତ୍ରୀଙ୍କ ଗଳା କାଟିଲା ଶିକ୍ଷକ ସ୍ବାମୀ !

ବଲାଙ୍ଗିର-୨୨.୦୯.୨୦୨୧, ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ । ଗୁରୁତର ଅବସ୍ଥାରେ ଶିକ୍ଷୟିତ୍ରୀଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ଯୋଗୁଁ ଶିକ୍ଷୟିତ୍ରୀଙ୍କ ବେକରେ ସାମାନ୍ୟ ଆଘାତ ଲାଗିଥିବା ସୂଚନା ରହିଛି । ପ୍ରାଥମିକ ଚିକିତ୍ସା ପରେ ଶିକ୍ଷୟିତ୍ରୀ ସୁସ୍ଥ ଥିବା ଜଣାପଡିଛି ।
ସୂଚନାଅନୁସାରେ, ବିଦ୍ୟାଳୟ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଆକ୍ରମଣ କରିଥିଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ମଧ୍ୟ ଜଣେ ଶିକ୍ଷକ ଥିବା ଜଣାପଡିଛି । ପରିବାରିକ କଳହରୁ ଏପରି କରିଥିବା ସନ୍ଦେହ କରାଯାଉଛି । ତେବେ ଆକ୍ରମଣର କାରଣ ସ୍ପଷ୍ଟ ହୋଇନାହିଁ। ସେପଟେ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ପୋଲିସ । ତେବେ ଏପରି କରିବାର କାରଣ କ’ଣ ଏନେଇ ତନାଘନା କରୁଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।