You are currently viewing ଅଜଣାଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଅଜଣାଗାଡ଼ି ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

  • Post category:ଓଡିଶା
  • Reading time:1 mins read

ବିନିକା(ଏଏନଏସ)୩୧/୧୨, ସୁବର୍ଣର୍ପୁର ଜିଲ୍ଲା ଡୁଙ୍ଗୁରୁପାଲି-ରାମପୁର ମୁଖ୍ୟ ରାସ୍ତା ବାଙ୍କିପାଲି ହାଇସ୍କୁଲ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମପୁର ଥାନା ମାୟାବର୍ହା ଗାଁର ଠାକୁର ବାଗ(୪୮)ବର୍ଷ ଓ ତାଙ୍କ ସ୍ତ୍ରୀ ହେମ ବାଗ(୪୨)ବର୍ଷ। ଗତକାଲି ଠାକୁର ବାଗ ଶଶୁର ଘର ପାଙ୍କେଲ ଗାଁରୁ  ନିଜ ସ୍ତ୍ରୀକୁ ବାଇକରେ ନେଇ ନିଜ ଗାଁ ମାୟାବର୍ହାକୁ ଫେରୁଥିଲେ। ଏହି ସମୟରେ ବାଙ୍କିପାଲି ହାଇସ୍କୁଲ ନିକଟରେ ଏକ ଅଜଣାଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଉଭୟେ ଦମ୍ପତି ବାଇକରୁ ତଳକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗ ଉଭୟ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ସେଠାରେ ଠାକୁର ବାଗଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସେ  ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।