You are currently viewing ସ୍ତ୍ରୀକୁ ବିକିଲା ସ୍ୱାମୀ

ସ୍ତ୍ରୀକୁ ବିକିଲା ସ୍ୱାମୀ

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି (୧୨.୧୧.୨୨) : ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମଳିଛି କଳାହାଣ୍ଡିର ନର୍ଲାରେ । ଯୁବକ ଜଣଙ୍କ ପାଗଳ ପରି ଭଲ ପାଉଥିବବା ନିଜ ପ୍ରେମିକାକୁ ବହୁ ଘାତ ପ୍ରତି ଘାତ ମଧ୍ୟରେ ବିବାହ କରିଥିଲେ । କିନ୍ତୁ ଶେଷରେ କିଛି ଟଙ୍କା ପାଇଁ ନିଜ ସ୍ତ୍ରୀକୁ ବିକିବାକୁ ପଛାଇଲେ ନାହିଁ । ଏବେ ଯୁବକ ଜଣଙ୍କ ପୋଲିସ ହେପାଜତରେ । ନର୍ଲା ଥାନା ଅନ୍ତର୍ଗତ ମସ୍କାଗୁଡା ଗ୍ରାମର  କ୍ଷିରା ଵେରୁକଙ୍କର ମୁଣ୍ଡାଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପର ପାଇଁ ପାଗଳ ଥିବା ବେଳେ ଏଥିନିମନ୍ତେ କିନ୍ତୁ ପାରିବାରିକ ସ୍ୱିକୃତୀ ମିଳି ନ ଥିଲା। ଏହାସତ୍ତ୍ୱେ ଅଗ୍ନିକୁ ସାକ୍ଷୀ ରଖି ଉଭୟ ପତିପତ୍ନୀ ସାଜିଲେ।ଗତ ମାସ ୩୦ ତାରିଖରେ ଦାଦନ ଖଟିବାକୁ ସ୍ୱାମୀ ସ୍ତ୍ରୀ ଦୁହେଁ  ଦିଲ୍ଲୀକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ୨ ତାରିଖରେ କ୍ଷୀରା ବେରୁକ୍ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ  ବିବାହ ଉତ୍ସବକୁ ଯାଇଥିଲେ। ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେ ନିଜ ପତ୍ନୀଙ୍କୁ ଜଣେ ବ୍ୟକ୍ତିଙ୍କ ହାତକୁ ଟେକି ଦେଇଥିଲେ। ସେଠାରେ ମହିଳାଜଣକ ଏହାର ବିରୋଧ କରି ନ ଥିବା ବେଳେ ଚୁପ୍‌ ରହିଥିଲେ।  ବିବାହ ବେଳର ଭିଡ଼ିଓ ଏବେ ଭାଇରାଲ ହେଉଛି । ପତ୍ନୀଙ୍କ ବିବାହ କରିଦେବା ପରେ କ୍ଷୀରା ନିଜ ଘରକୁ ଚାଲି ଆସିଥିଲେ।ତେବେ ଦୁହେଁ ଦାଦନ ପାଇଁ ଦିଲ୍ଲୀ ଯାଇଥିଲେ, କିନ୍ତୁ ଜଣେ ଘରକୁ ଫେରି ଆସିଥିବା ବେଳେ ଆଉ ଜଣଙ୍କ ପତ୍ତା ନ ମିଳିବାରୁ ସମସ୍ତଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା । ତେବେ ଏହାରି ମଧ୍ୟରେ ଦିଲ୍ଲୀରୁ  ଯୁବତୀଜଣକ ନିଜ ବାପାଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ କହିଥିଲେ। ଏଥିସହ ବିବାହ ବେଳର ଭିଡିଓ ବି ପଠାଇଥିଲେ।ଏହାପରେ  ଯୁବତୀଙ୍କ ବାପା  କ୍ଷୀରା ବେରୁକଙ୍କ ନାମରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନର୍ଲା ପୁଲିସ  ଏ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି କ୍ଷୀରାଙ୍କୁ କୋର୍ଟଚାଲାଣ କରିଛି। ନର୍ଲା ପୋଲିସ ଏକ ଟିମ କରି ଝିଅକୁ ଉଦ୍ଧାର କରିବା ପାଇଁ ଦିଲ୍ଲୀ ଯିବ ବୋଲି ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।