You are currently viewing ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ପିଶାଚ ସ୍ୱାମୀ

ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ପିଶାଚ ସ୍ୱାମୀ

ଢେଙ୍କାନାଳ(ଏଏନଏସ)୧୪/୦୩, ପିଶାଚ ସ୍ୱାମୀ । ଯୌତୁକ ଲାଗି ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହିତ ସ୍ତ୍ରୀକୁ ଜୀଅନ୍ତା ପୋତିଦେଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନର ତାନା ଅନ୍ତର୍ଗତ ଶୀତଳବସା ଗ୍ରାମରେ । ଘଟଣାପରେ ସ୍ୱାମୀ ରଞ୍ଜନ ସାହୁ,ଶାଶୂ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଯୌତୁକ ଜନିତ ସମସ୍ୟାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା। ଗତକାଲି ରାତିରେ ଯୌତୁକ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯେଉଁଥିରେ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ ସ୍ୱାମୀ । ପରେ ଘରର ବାଡ଼ିପଟେ ଗାତ ଖୋଳି ପୋତି ଦେଇଥିଲେ। ପରେ ଉକ୍ତ ମହିଳାଙ୍କ ପରିବାର ଲୋକେ ଖବର ପାଇ ଝିଅକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।