Naveen-Patnaik

ମୋଦିଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ନବୀନ: କହିଲେ, ମୋ ସ୍ୱାସ୍ଥ୍ୟକୁ ନେଇ କରାଯାଉଛି ଅପପ୍ରଚାର

ଏଏନଏସ: ଆଜି ବାରିପଦା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବାରିପଦା ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ମୋଦି ସର୍ବସମ୍ମୁଖରେ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ନବୀନ ଉତ୍ତର ରଖିଛନ୍ତି  । କହିଛନ୍ତି ମୋ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି । ମୋ ସ୍ୱାସ୍ଥ୍ୟବସ୍ଥା ଖରାପ ଥିଲେ ମୁଁ ଖରାରେ ପ୍ରଚାର ପ୍ରସାର କରି ପାରିନଥାନ୍ତି । ମୋ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଜନସଭାରେ ଅପପ୍ରଚାର କରାଯାଉଛି । ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କର ଏତେ ଚିନ୍ତା ମୋ ପ୍ରତି ଅଛି ,ତାହାଲେ ମୋତେ କଲ୍ କରିପାରିଥାନ୍ତେ । ଆପଣଙ୍କୁ ମୋ ସ୍ୱାସ୍ଥ୍ୟବସ୍ଥା ନୁହେଁ ବରଂ ଭୋଟର ଚିନ୍ତା ଘାରିଛି ବୋଲି କଟାକ୍ଷ କରିଛନ୍ତି ନବୀନ । ଲୋକମାନେ ମୋ ସ୍ୱାସ୍ଥ୍ୟବସ୍ଥା ନୁହେଁ ବରଂ ମତେ ଭଲ ପାଆନ୍ତି ଏବଂ ମୋ ଭାଷଣ ଶୁଣିବାକୁ ଜନସଭାକୁ ଆସୁଛନ୍ତି ।

 

 

ଅନ୍ୟମାନଙ୍କୁ ଜଣାନ୍ତୁ।