You are currently viewing ଧବଳେଶ୍ୱରରେ ୭ରେ ମିଳିବ ଗଜ ଭୋଗ

ଧବଳେଶ୍ୱରରେ ୭ରେ ମିଳିବ ଗଜ ଭୋଗ

  • Post category:ଓଡିଶା
  • Reading time:1 mins read

ଆଠଗଡ(୨୩.୯.୨୨) : ଚଳିତ ବର୍ଷ ଧବଳେଶ୍ୱର ପୀଠରେ ୬ ତାରିଖରେ ବଡଓଷା ପାଳିତ ହେବ । ଏହା ପରେ ୭ ତାରିଖରେ ଗଜ ଭୋଗ ମିଳିବ । ନଭେମ୍ବର ୯ରେ ପୂର୍ଣ୍ଣିମା ଦିନ ଗ୍ରହଣ ଲାଗୁଥିବାରୁ ୮ରେ କାର୍ତ୍ତିକ ବ୍ରତ ସମାପନ କରାଯିବ ବୋଲି ସୂଚନା ମିଳିଛି । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷା ପାଳନ ନିମନ୍ତେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଚଳିତ ବର୍ଷ ୧୦ରୁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ ହେବ । ଏହା ପରେ ନଭେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ ହେବ । ନମ୍ଭେମ୍ବର ୬ ତାରିଖ ବଡଓଷା ପାଳିତ ହେବ । ଏବଂ ଏହା ପରଦିନ ଗଜ ଭୋଗ ମିଳିବ । ସୂଚନା ଅନୁସାରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ରତିବର୍ଷ ପଞ୍ଚକ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭିଡ ହୋଇଥାଏ । ପୁଣି ୨ ବର୍ଷ ପରେ ଭିଡ ଜମିବାର ସମ୍ଭାବନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।