You are currently viewing କନ୍ଧମାଳ ଜିଲ୍ଲାରେ ୧୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

କନ୍ଧମାଳ ଜିଲ୍ଲାରେ ୧୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

ବାଲିଗୁଡା(ଏଏନଏସ)୦୮/୧୧:   କନ୍ଧମାଳ ଜିଲ୍ଲା ବାଲିଗୁଡାରେ ୧୬୫ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଏହାକୁ ମିସାଇ ଜିଲ୍ଲାର ପାଞ୍ଚ ପଞ୍ଚାୟତ ଅଞ୍ଚଳରୁ ୫ ଦିନରେ ୬୫୮ ଏକର ଜମିରୁ ୭୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ କାଟି ସଫା କରିଛି ପୋଲିସ ଓ ଅବକାରି ବିଭାଗ । ସୂଚନା ଅନୁଯାୟୀ ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡା ଅଞ୍ଚଳରେ ଦିନକୁ ଦିନ ସରକାରୀ ଓ ଜଙ୍ଗଲ ଜମିରେ ବେଧଡକ ଭାବେ ଗଞ୍ଜେଇ ଚାଷ ହେଉଛି ଏବଂ ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି। ତେବେ ଏହାକୁ ରୋକିବାକୁ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଅପରେସନ ନୀଳଜହର ଅଭିଯାନ ଆରମ୍ଭ ହୋଇଛି ।

ସେହିପରି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିମିରିଗୁଡା ପଞ୍ଚାୟତ ଅଧିନସ୍ଥ ଡଙ୍ଗରିକିଆ, କୁଟି ପଦର, ଶ୍ରିପୋଲା ଆଦି ଗ୍ରାମର ଜଙ୍ଗଲ ନିକଟ ଝରଣା କୂଳରେ ବେଆଇନ ଭାବେ ଚାଷ କରାଯାଇଥିବା ୧୪୦ ଏକର ଜମିରୁ ଗଞ୍ଜେଇ ଗଛ କାଟି ସଫା କରିଛି ଫିରିଙ୍ଗିଆ ପୋଲିସ, ରାଜସ୍ଵ  ଓ ଅବକାରି ବିଭାଗ ।

ଅନ୍ୟମାନଙ୍କୁ ଜଣାନ୍ତୁ।