You are currently viewing ଓଲଟିଲା ଆଇରନ ବୋଝେଇ ଟ୍ରକ୍

ଓଲଟିଲା ଆଇରନ ବୋଝେଇ ଟ୍ରକ୍

  • Post category:ଓଡିଶା
  • Reading time:1 mins read

ତେଲକୋଇ (ଏ ଏନ୍ ଏସ)୦୭/୦୮, ମଝିରେ ଓଲଟିଲା ଆଇରନ ବୋଝେଇ ଟ୍ରକ୍। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଦୁଲ୍ଲଭପୁର ଗାଁର ପୂର୍ତ୍ତ ବିଭାଗ ରାସ୍ତା ଉପରେ ଏହି ଦୁର୍ଘଟଣା ଘଟିଛି । ଯାହାଫଳରେ ତେଲକୋଇ-ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତି ପ୍ରାୟ ୧୦ଟା ବେଳକୁ ଏକ ଆଇରନ ବୋଝେଇ ଟ୍ରକ୍ କେନ୍ଦୁଝର ପଟୁ ତେଲକୋଇ ଦେଇ ଅନୁଗୁଳ ଜିଲ୍ଲା ଆଡ଼କୁ ଯାଉଥିଲା । ଠିକ୍‌ ଏହି ସମୟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ତେଲକୋଇ ଭୁବନେଶ୍ୱର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ରହିଛି ।

ତେବେ ଛୋଟ ଗାଡିଗୁଡ଼ିକ ତେଲକୋଇ ଠାରୁ ଦେଉଳଡିହା ଗାଁ ଦେଇ ଆକୁଳ ଗାଁଠାରେ ବାହାରି ଯିବାଆସିବା କରିବା ଦେଖିବାକୁ ମିଳିଛି। ପୁଲିସ ଓ ଗାଡି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଆଇରନ ଗାଡି ଗୁଡିକ ୪୯ ନଂମ୍ବର ଜାତୀୟ ରାଜପଥ ଦେଇ ଯିବାଆସିବାର ନିୟମ ଥିଲେ ମଧ୍ୟ ଟୋଲଗେଟ ଦେୟ ଓ ତେଲ ବଞ୍ଚାଇବାକୁ ଯାଇ ଗାଁ ଗହଳି ରାସ୍ତାରେ ଆଇରନ ଗାଡି ଗୁଡିକ ଚଳାଚଳ କରୁଛି। ଫଳରେ ତେଲକୋଇ ବଜାର ମଧ୍ୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ରାସ୍ତା ଗୁଡିକ ଖରାପ ହେଉଥିବା ଅଭିଯୋଗ ହେଉଛି। ଏନେଇ ତେଲକୋଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ବାରମ୍ବାର କେନ୍ଦୁଝର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।