You are currently viewing ଫେରିଲା ସଙ୍ଗରୋଧ

ଫେରିଲା ସଙ୍ଗରୋଧ

ଭୁବନେଶ୍ବର, କିଛି ଦିନ ଧରି ରାଜ୍ୟରେ କୋରୋନା ସଂକ୍ରମଣ କମିଥିଲା । କିନ୍ତୁ ଏବେ ରାଜ୍ୟରେ ପୁଣି କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦେଶର କିଛି ରାଜ୍ୟରେ ପୁଣି ଥରେ ଲକଡାଉନ ହୋଇଛି ।
ଦେଶର ୫ଟି ରାଜ୍ୟ ଯଥା- ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ୫ଟି ରାଜ୍ୟର ଫେରନ୍ତାଙ୍କ ଉପରେ ନଜର ରଖାଯିବ । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

୫ଟି ରାଜ୍ୟରୁ ଫେରିଥିବା ବ୍ୟକ୍ତି ୭ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । କୋଭିଡ ନେଗେଟିଭ ରିପୋର୍ଟ ଥିଲେ ସଙ୍ଗରୋଧ ଅନାବଶ୍ୟକ । କୋଭିଡ୍ ଟିକା ନେଇଥିଲେ ମଧ୍ୟ ସଙ୍ଗରୋଧର ଆବଶ୍ୟକତା ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।