You are currently viewing ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥମେଡିକାଲ କଲେଜ ଉଦଘାଟିତ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀଜଗନ୍ନାଥମେଡିକାଲ କଲେଜ ଉଦଘାଟିତ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୧/୦୪ ଆଜି ଅପରାହ୍ନରେ ପୁରୀ ଠାରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁକ୍ ମାଣ୍ଡଭୀୟ ଭର୍ଚ୍ଚୁଆଲ ମାଧ୍ୟମରେ ଉପସ୍ଥିତ ଥିଲେ । ଏହି ଉତ୍ସବରେ ସ୍ଥାନୀୟ ସାଂସଦ ପିନାକୀ ମିଶ୍ର ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ପୁରୀରେ ଏହି ହସ୍ପିଟାଲ ଲୋକାର୍ପିତ ହେବା ଫଳରେ ପୁରୀବାସୀଙ୍କର ଦୀର୍ଘଦିନର ଦାବି ପୁରଣ ହୋଇପାରିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।