You are currently viewing ଜାଗରରେ  ଅଘଟଣ

ଜାଗରରେ ଅଘଟଣ

  • Post category:ଓଡିଶା
  • Reading time:1 mins read

ଉଦୟଗିରି (ଏ ଏନ୍ ଏସ)୧୮/୦୨,ଶ୍ୱାସରୁଦ୍ଧ ହୋଇ ୨ ମୃତ। ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର। ମୃତକ ଦୁଇ ଜଣ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ବିବାହ ଭୋଜି ପାଇଁ ଘର ସମ୍ମୁଖରେ ଜେନେରେଟର ଲଗାଯାଇଥିଲା। ସେହି ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନାଥାଉକି, ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା । ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ, ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଭାତ ଖାଇ ଘରେ ଶୋଇଥିଲେ । ତେବେ ଘର ସମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା । ସକାଳୁ ସେମାନେ ଘରୁ ନ ଉଠିବାରୁ ଭୋର ୪ଟା ସମୟରେ ପରିବାର ଲୋକେ ଉଠାଇଥିଲେ । ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟମାନେ ଆଉ ଉଠି ନଥିଲେ । ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।