ଝାରପଡା (ଏଏନଏସ)୧୯/୦୫, ଝାରପଡା ଜେଲରେ ଅନ୍ତେବାସୀଙ୍କ ସହ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ଅର୍ଚ୍ଚନା ନାଗ । ମୋଟ୍ ୨୩ ଜଣ ଅନ୍ତେବାସୀ ସାବିତ୍ରୀ ପୂଜା ପାଳନ କରିଛନ୍ତି । ସେମାନଙ୍କୁ ଜେଲ୍ ବିଭାଗ ପକ୍ଷରୁ ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି ଯୋଗାଇ ଦିଆଯାଇଥିଲା । ଏଥିସହ ଜେଲରେ ପୂଜାସାରିବା ପରେ ସ୍ୱାମୀଙ୍କ ସହ ସାକ୍ଷାତ ହୋଇଥିଲା । ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି । ଆଜି ପବିତ୍ର ସାବାତ୍ରୀ ବ୍ରତରେ ଚାଲିଆଡେ ସଧବା ମହିଳାମାନେ ମନ୍ଦିର ଯାଇ ସ୍ୱାମୀଙ୍କ ଦିର୍ଘାୟୁ କାମନା କରୁଛନ୍ତି ଆଉ ଏହାରି ମଧ୍ୟରେ ଝାରପଡା ଜେଲରେ ଅର୍ଚ୍ଚନା ନାଗ ସାବିତ୍ରୀ ବ୍ରତ ପାଳନ କରିଥିବା ଘଟଣା ସାମ୍ନାକୁ ଆସିଛି
ଜେଲରେ ଅର୍ଚ୍ଚନା ନାଗଙ୍କ ସାବିତ୍ରୀ ବ୍ରତ
- Post published:May 19, 2023
- Post category:ଓଡିଶା
- Reading time:1 mins read