You are currently viewing ଭିଜିଲାନ୍ସ ଜାଲରେ ଖାଦ୍ୟ ଓ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ

ଭିଜିଲାନ୍ସ ଜାଲରେ ଖାଦ୍ୟ ଓ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ଵର (ଏ ଏନ୍ ଏସ)୨୦/୦୬,ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଗଜପତିର ପୂର୍ବତନ ସିଏସଓ ତଥା ରାଜ୍ୟ ମୁଖ୍ୟାଳୟ ସାଧାରଣ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ୫ ଟି ସ୍ଥାନରେ ଚାଲିଛି ଚଢ଼ାଉ। ଏନେଇ ୪ଜଣ ଡ଼ିଏସପି, ୮ଜଣ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଛନ୍ତି।

ସୂଚନାଯୋଗ୍ୟ ଛତ୍ରପୁର ରାମନଗର ପ୍ରଥମ ଲେନରେ ଥିବା ଦୁଇ ମହଲା ଘରେ ଚଢ଼ାଉ ହେବା ସହ ରାମ ନଗରରେ ଥିବା ମାର୍କେଟ କଂପ୍ଲେକ୍ସ ଏବଂ ବ୍ରହ୍ମପୁର ଖାରବେଳ ନଗର ତୃତୀୟ ଲେନରେ ଥିବା ଦୁଇ ମହଲା ଘରେ ଚଢ଼ାଉ ଜାରି ରହିଛି। ଏଥିସହ ବାଲେଶ୍ଵର ଅଙ୍ଗାରଗାଡ଼ିଆରେ ଥିବା ତାଙ୍କ ବଡ଼ ଝିଅଙ୍କ ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥିବା ତାଙ୍କର ମା ରେସିଡେନ୍ସି ନାମକ ଓୟୋ ହୋଟେଲରେ ଯାଞ୍ଚ ଚାଲିଛି। ଏହିସବୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।

ଅନ୍ୟମାନଙ୍କୁ ଜଣାନ୍ତୁ।