You are currently viewing ଆକ୍ରମଣରୁ ବର୍ତ୍ତିଲେନି ସାମ୍ବାଦିକ

ଆକ୍ରମଣରୁ ବର୍ତ୍ତିଲେନି ସାମ୍ବାଦିକ

କଳାହାଣ୍ଡି (ରାମକୁମାର ସେନାପତି)- ଜଣେ ଝିଅକୁ ସୁରକ୍ଷା ଦେବା ସମୟରେ ସାମ୍ବାଦିକଙ୍କ ଉପରକୁ ମରଣାତ୍ମକ ଆକ୍ରମଣ ହୋଇଛି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧୀନରେ ଥିବା ଦଶପୁର ଫାଣ୍ଡି ଅନ୍ତର୍ଗତ ଫୁଣ୍ଡା ପଞ୍ଚାୟତ ଡୁକରିପଡ଼ା ଗ୍ରାମରେ । ସୂଚନା ଅନୁସାରେ, ଗତକାଲି ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ଝିଅ ଜଣକ ନିଜ ଆତ୍ମୀୟଙ୍କ ସହ ଫୋନରେ କଥା ହେଉଥିବା ସମୟରେ ଉକ୍ତ ଗ୍ରାମର ରଞ୍ଜନ ପ୍ରଧାନ ନାମକ ବ୍ୟକ୍ତି କବାଟ ଭାଙ୍ଗି ଝିଅକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବାର ଉଦ୍ୟମ କରିଥିଲେ । କୌଣସି ପ୍ରକାରେ ଝିଅ ତା କବଳରୁ ଖସିଆସି ବାହାରେ ପଡୋଶୀଙ୍କୁ ଚିତ୍କାର କରି ଡାକିବାରୁ ରଞ୍ଜନ ପ୍ରଧାନ ପଳାୟନ କରିଥିଲେ । ତାପରେ ଝିଅର ଭିଣୋଇ ତ୍ରିଲୋକ୍ୟ ବେସ୍ର ଏବଂ ଜନୈକ ସାମ୍ବାଦିକ ସେଠାରେ ପହଞ୍ଚିଥିଲେ ।

ଏନେଇ ସମସ୍ତ ଘଟଣା ଦଶପୁର ଫାଣ୍ଡି ଅଧିକାରୀଙ୍କୁ ଜଣାଇଥିଲେ । ଫାଣ୍ଡିଅଧିକାରୀ ଆସି ଏଫଆଇଆର ଦେବା ପାଇଁ କହିଥିଲେ । ପରେ ଝିଅ ଓ ଝିଅର ଭାଇ ସହ ସାମ୍ବାଦିକ ଦଶପୁର ଫାଣ୍ଡିକୁ ଅଭିଯୋଗ କରିବା ପାଇଁ ଯାଉଥିବା ସମୟରେ ରାସ୍ତାରେ ରଞ୍ଜନ ପ୍ରଧାନ ଓ ସନ୍ତୋଷ ପ୍ରଧାନ ଗାଡିକୁ ଅଟକାଇ ସାମ୍ୱାଦିକ ତ୍ରିଲୋକ୍ୟ ବେସ୍ରଙ୍କୁ ମାଡ ମାରି ଗୋଟାଏ ହାତ ଭାଙ୍ଗି ଦେଇଥିଲେ । ତଥାପି ସେ ଖାତିର ନ କରି ଥାନାରେ ପହଞ୍ଚି ଅଭିଯୋଗ ଦେଇଥିଲେ ।

ଦଶପୁର ଫାଣ୍ଡି ପୋଲିସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ କ୍ରମେ ତୁରନ୍ତ ଆସାମୀ ୨ ଜଣଙ୍କୁ ଆଣି ଥାନାରେ ଅଟକ ରଖାଯାଇଥିଲା । ଗତକାଲି ସକାଳେ ୯ ଟା ସମୟରେ ସେହି ୨ ଅଭିଯୁକ୍ତଙ୍କୁ କେସ ନମ୍ବର, ୨୨/୨୧ ଧାରା ଅନୁସାରେ ଗିରଫ କରାଯାଇ କୋର୍ଟ ଚାଲାଣ କରିଛନ୍ତି ଗୋଲାମୁଣ୍ଡା ଆଇଆଇସି । ଏଘଟଣାକୁ ନେଇ ଗୋଲାମୁଣ୍ଡା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।