You are currently viewing ଜୁଏଲାରୀ ଦୋକାନରେ ପଶି ବାପଝିଅଙ୍କୁ ହାଣିଲେ

ଜୁଏଲାରୀ ଦୋକାନରେ ପଶି ବାପଝିଅଙ୍କୁ ହାଣିଲେ

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ୧୬/୧୨, ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ହୋଇଛି ଏକ ଅଭାବନୀୟ ଘଟଣା । ଜୁଏଲାରୀ ଦୋକାନରେ ପଶି କିଛି ଦୁବୁର୍ତ୍ତ ଜୁଏଲାରୀ ମାଲିକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଦୁବୁର୍ତ୍ତମାନେ ଅଳଙ୍କାର ଲୁଟ କରିବାକୁ ଚେଷ୍ଟା କଲାବେଳେ ଦୋକାନ ମାଲିକ ତାଙ୍କୁ ଅଟକାଇ ଥିଲେ । ଫଳରେ ଦୁବୁର୍ତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ ଏହି ସମୟରେ ତାଙ୍କ ଝିଅ ଏହାର ବିରୋଧ କରିବାକରୁ ସେମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଆସିକା ବଜାର ସାହିରେ ପି. ପ୍ରଭାକର ପାତ୍ରଙ୍କର ‘ମହାଲକ୍ଷ୍ମୀ ସୁନା ଦୋକାନ’ ରହିଛି। ଏହି ଦୋକାନ ତାଙ୍କ ଘରକୁ ଲାଗିକି ରହିଛି। ଗତ କାଲି ରାତି ପ୍ରାୟ ୮ଟାରେ ପି. ପ୍ରଭାକର ନିଜ ଦୋକାନ ବନ୍ଦ କରି ହିସାବପତ୍ର କରୁଥିଲେ।   ଏହି ସମୟରେ ତାଙ୍କ ଘରର ବେଲ୍‌ ବାଜିଲା। ପି. ପ୍ରଭାକରଙ୍କ ଝିଅ କବାଟ ଖୋଲି ଦେବାରୁ ୪ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ଭିତରେ ପଶିଥିଲେ। ଯୁବତୀଜଣକ ଚିତ୍କାର କରିବାରୁ ସେମାନେ ତାଙ୍କ ହାତକୁ ହାଣି ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।