k surjya rao

ହାତ ଛାଡିଲେ, ଶଙ୍ଖ ଧରିଲେ: କେ ସୂର୍ଯ୍ୟ ରାଓ

ଏଏନଏସ: ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ କେ ସୂର୍ଯ୍ୟ ରାଓ । ନିଜ ସମର୍ଥକଙ୍କ ସହ ଶଂଖ ଭବନ ଯାଇ ସେଠାରେ ବିଜେଡିରେ ସାମିଲ ହୋଇଛନ୍ତି ସୂର୍ଯ୍ୟ ରାଓ । ସୂଚନାଯୋଗ୍ୟ ୨୦୧୪ରୁ ୨୦୧୯ ଯାଏଁ ପାରଳାଖେମୁଣ୍ଡିରୁ ବିଧାୟକ ଥିଲେ ସୂର୍ଯ୍ୟ । ଆଜି ସେ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି। ସୂର୍ଯ୍ୟ ରାଓ ବିଜେଡିରେ ସାମିଲ  ହେବା ପରେ ଉଭୟ ପାରଳାଖେମୁଣ୍ଡି ବିଧାନସଭା ଓ ବ୍ରହ୍ମପୁର ଲୋକସଭାରେ ପ୍ରଭାବ ପଡିବ ବୋଲି ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।