You are currently viewing ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ପ୍ରତିନିଧି ମଣ୍ଡଳୀ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ ପ୍ରତିନିଧି ମଣ୍ଡଳୀ

ଏଏନ୍ଏସ୍: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ କଳିଙ୍ଗ ପେସାଦାର ସାମ୍ବାଦିକ ସଂଘର ସଭାପତି ମନୋଜ ଦାସଙ୍କ ସହ ପ୍ରତିନିଧି ମଣ୍ଡଳୀ। ଗତ ଅଗଷ୍ଟ ୨୮ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଏହି ସମୟରେ ରାଜ୍ୟରେ ବର୍ଷା କେମିତି ହେଉଛି, ଚାଷବାସ କିପରି ଚାଲିଛି, ଚାଷୀମାନଙ୍କ ଅବସ୍ଥା କିପରି ଅଛି ? ଏ ଥିଲା ରାଷ୍ଟ୍ରପତିଙ୍କର ସାମ୍ବାଦିକଙ୍କୁ ପ୍ରଥମ ପ୍ରଶ୍ନ।

ଏହି ଅବସରରେ ରାଜ୍ୟର କୃଷକ ମାନଙ୍କ ସମସ୍ୟା ଏବଂ ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଶ୍ରୀ ଦାସ ସାମ୍ବାଦିକ ମାନଙ୍କ ସମସ୍ୟା ଓ ଅବସ୍ଥା ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। ଏଥି ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ପ୍ରାୟ ୪୦ ମିନିଟ ଧରି ମହାମହିମ ରାଷ୍ଟ୍ରପତି ଆଲୋଚନା କରିଥିଲେ। ଏହି ପ୍ରତିନିଧୂ ମଣ୍ଡଳୀରେ ସଂଘର କାର୍ଯକାରୀ ସଭାପତି ପରମେଶ୍ବର ଦାସ, ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ସାଧାରଣ ସମ୍ପାଦକ ରାଜକିଶୋର ସ୍ବାଇଁ, କୋଷାଧ୍ୟକ୍ଷ ସୁବାସ ସ୍ବାଇଁ, ନୀଳମଣି ସାହୁ, ଦୀପକ ମହାପାତ୍ର, ମହେନ୍ଦ୍ର କୁମାର, ସୂର୍ଯ୍ୟ ପ୍ରଧାନ ଜୟସେନ ପରିଡ଼ା,ଜୟକାନ୍ତ ରାଉତ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।