You are currently viewing ଆଜିଠୁ କମିବ ବର୍ଷାର ପରିମାଣ

ଆଜିଠୁ କମିବ ବର୍ଷାର ପରିମାଣ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏଏନଏସ)୨୨/୦୯, ଆଜିଠାରୁ ରାଜ୍ୟରେ କମିବ ବର୍ଷାର ପରିମାଣ । ଜୁନ୧ରୁ ଆଜି ସୁଦ୍ଧା ରାଜ୍ୟରେ ୧୧୫୩.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷାଠାରୁ ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ । ତେବେ ଭଦ୍ରକ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି । ଏହି ସମୟ ମଧ୍ୟରେ ୫ ଜିଲ୍ଲାରେ ଅଧିକ ବର୍ଷା ଓ ବାକି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ଆଜି ସୁନ୍ଦରଗଡ,ଝାରସୁଗୁଡା,ବରଗଡ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, କଟକରେ ପ୍ରବଳ ବର୍ଷା ହୋପାରେ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର ବାକି ଜିଲ୍ଲାରେ ମଧ୍ୟ ଘଡଘଡି ସହ ବର୍ଷା ହୋଇପାରେ ।

ଅନ୍ୟମାନଙ୍କୁ ଜଣାନ୍ତୁ।