You are currently viewing କେସିସିକୁ ମିଳିଲା ଜିଏସଟି ପୁରସ୍କାର

କେସିସିକୁ ମିଳିଲା ଜିଏସଟି ପୁରସ୍କାର

ଏଏନଏସ : ଦେଶରେ ଜିଏସଟି ଲାଗୁ ହେବା ପରେ ପ୍ରତ୍ୟେକ କିଣାବିକା ଉପରେ ଜିଏସଟି ଲାଗୁ ହେଉଥିଲା । ଯାହାଫଳରେ କିଣାବିକା ଉପରେ ବ୍ୟବସାୟୀ ମାନେ ରାଜସ୍ୱ ଦେବା ପାଇଁ ବାଧ୍ୟ ହେଉଥିଲେ । ଜିଏସଟି କରରୁ ଉପଲବ୍ଧ ହେଉଥିବା ଅର୍ଥ ଦେଶ ଓ ରାଜ୍ୟ ବିଭିନ୍ନ ଗଠନ ମୂଳକ କାର୍ଯ୍ୟରେ ବିନିଯୋଗ ହେଉଥିଲା । କିଛି ଅସାଧୁ ବ୍ୟବସାୟୀ ଜିଏସଟି କର ନଦେଇ ରାଜସ୍ୱ ଠକୁ ଥିବା ବେଳେ ସେମାନଙ୍କ ଉପରେ ସଂପୃକ୍ତ ବିଭାଗ ଫାଇନ ଏପରିକି ଜିଏସଟି ଠକୁ ଥିବା କମ୍ପାନୀ ମାନଙ୍କୁ ଜେଲ ଦଣ୍ଡ ମଧ୍ୟ ଦେଉଥିଲା । ମାତ୍ର ଅନେକା ସଚ୍ଚୋଟ ବ୍ୟବସାୟୀ ଜିଏସଟି ଦାଖଲ କରିବାରେ ଅବହେଳା କରୁନଥିଲେ ।

ଇତିମଧ୍ୟରେ ଦେଶରେ ଲାଗୁ ହୋଇଥିବା ଜିଏସଟିକୁ ସାତ ବର୍ଷ ପୁରିଛି । ଏହି ଅବସରରେ ଓଡିଶା ଜିଏସଟି ସର୍କଲରେ ପାଳନ କରାଯାଇଥିବା ଏକ ଉତ୍ସବରେ କଳିଙ୍ଗ କମରସିଆଲ କର୍ପୋରେସନ(କେସିସି)କୁ ସଚ୍ଚୋଟ ଜିଏସଟି ଦାତ୍ତା ଭାବେ ପୁରସ୍କୃତ କରାଯାଇଛି । ଏହି ସଂସ୍ଥାର ମୁଖ୍ୟ ସମୌରଞ୍ଜନ ସାମଲଙ୍କୁ ଜିଏସଟି ସର୍କଲ ତରଫରୁ ସମ୍ମାନିତ କରାଯିବା ସହ ଟ୍ରଫି ପ୍ରଦାନ କରାଯାଇଥିବାର ଜଣାପଡିଛି ।

ସୂଚନା ଯୋଗ୍ୟ ସମୌରଞ୍ଜନ ଜଣେ ଉଦ୍ୟୋଗପତି ହୋଇଥିବା ବେଳେ ଛାତ୍ର ଜୀବନରୁ ନିଜକୁ ସମାଜ ସେବା କ୍ଷେତ୍ରରେ ନିୟୋଜିତ କରିଥିବା ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।