You are currently viewing ଶ୍ରୀମନ୍ଦିର ସିଂହଦ୍ବାରରେ ଅଘଟଣ, ଗୁମୁଟରୁ ଡେଇଁ କିନ୍ନର ମୃତ

ଶ୍ରୀମନ୍ଦିର ସିଂହଦ୍ବାରରେ ଅଘଟଣ, ଗୁମୁଟରୁ ଡେଇଁ କିନ୍ନର ମୃତ

  • Post category:ଓଡିଶା
  • Reading time:1 mins read

ପୁରୀ (ଏଏନଏସ)୦୧/୦୫, ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜନୈକ କିନ୍ନରଙ୍କ ଆତ୍ମହତ୍ୟା। କିନ୍ନର ଜଣକ ହେଉଛନ୍ତି ନିମାପଡା ଗଡଇଟା ପୋଖରୀ ଗ୍ରାମର ବଳରାମ ରାଉତ । ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବାବେଳେ ପୋଲିସ ଉକ୍ତ କିନ୍ନରକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ସଦର ମେଡିକାଲକୁ ପଠାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏହି ଘଟଣା ଘଟିଥିବାରୁ ନୀତିକାନ୍ତିରେ କୌଣସି ବ୍ୟାଘାତ ହୋଇନାହିଁ।‌ ଶ୍ରୀମନ୍ଦିର ସିଂହଦ୍ଵାରଠାରେ ପୋଲିସ ଓ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପହଞ୍ଚି ତଦନ୍ତ ଚଳାଇଛନ୍ତି। ତେବେ ପ୍ରଶ୍ନ ଉଠୁଛି କିନ୍ନର ଜଣଙ୍କ ସିଂହଦ୍ୱାର ଗୁମୁଟରେ ଚଢିଲେ କିପରି ? ଶ୍ରୀମନ୍ଦିର ସିଂହଦ୍ଵାରଠାରେ ଏତେ ସଂଖ୍ୟକ ପୋଲିସ ଓ ଶ୍ରୀମନ୍ଦିର ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ ସେଠାରୁ କିନ୍ନର ଜଣକ ଡେଇଁ ଆତ୍ମହତ୍ୟା କଲେ କିପରି ।

ଅନ୍ୟମାନଙ୍କୁ ଜଣାନ୍ତୁ।