You are currently viewing ଜାଣନ୍ତୁ ସୁଦଶାବ୍ରତର ମହତ୍ତ୍ୱ

ଜାଣନ୍ତୁ ସୁଦଶାବ୍ରତର ମହତ୍ତ୍ୱ

  • Post category:ଓଡିଶା
  • Reading time:1 mins read

କଥାରେ ଅଛି ଓଡିଆଘରର ବାରମାସରେ ତେର ପର୍ବ । ଆମ ସଂସ୍କୃତି ଆମ ପରମ୍ପରା ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ । ସେହିପରି ସୁଦଶା ବ୍ରତ ହେଉଛି ବିଶେଷ କରି ସଧବା ସ୍ତ୍ରୀ ମାନଙ୍କର ପର୍ବ । ଏହି ଦିନଟିକୁ ମାତା ଲକ୍ଷ୍ମୀଙ୍କୁ ସମର୍ପଣ କରାଯାଇଛି । ସଧବା ସ୍ତ୍ରୀ ମାନେ ଏହି ଦିନ ନିଷ୍ଠାର ସହ ମାତା ଲକ୍ଷ୍ମୀଙ୍କୁ ପୂଜା କରନ୍ତି । ଏହି ପବିତ୍ର ଦିନରେ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ସ୍ୱମନରେ ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଘରେ ଧନ ଲାଭ ହୋଇଥାଏ। ସନ୍ତାନ ସୁଖ ମିଳିବା ସହ ପରିବାରରେ ସୁଖ ସମୃଦ୍ଧି ହୋଇଥାଏ। ଏହି ଦିନ ବିଷ୍ଣୁ ଭଗବାନଙ୍କୁ ପୂଜା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଉତ୍କଳୀୟ ସଂସ୍କୃତିରେ ଏହାର ବେଶ ଗୁରୁତ୍ୱ ରହିଛି। ଖାସ୍‌ କରି ଏହି ଦିନ ସଧବା ନାରୀ ମାନେ ବ୍ରତ ରଖିଥାନ୍ତି। ରୀତିନୀତି ଅନୁଯାୟୀ ପୂଜା କର୍ମ ସମ୍ପନ୍ନ କରିଥାନ୍ତି। ନାରୀ ମାନେ ଏହାକୁ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି। ତେବେ ଯେଉଁବର୍ଷ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ସଂଯୋଗ ହେଉଥିବ ସେହିଦନ କୁ ପବିତ୍ର ସୁଦଶା ବ୍ରତ ରୂପେ ପାଳନ କରାଯାଏ ।

ଏହିଦିନ ପ୍ରତ୍ୟେକ ଗୃହିଣୀ ବ୍ରତ ଧାରୀ ଓଷା କରିଥାନ୍ତି। ଆଉ ନବ ବିବାହିତା ନାରୀ ନିଜ ନୂଆ ବ୍ରତ ସୁଦଶା ବ୍ରତରୁ ହିଁ ଆରମ୍ଭ କରନ୍ତି। ଏବେ ଜାଣିବା ମାତା ଲକ୍ଷ୍ମୀଙ୍କ ଏହି ପ୍ରିୟ ବ୍ରତର ଗାଥା ସମ୍ପର୍କରେ.. ମାତା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ବ୍ରତ ହେଉଛି ସୁଦଶା ବ୍ରତ। ସେହିପରି ଆପଣ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କର ୭ଟି ବାର ମଧ୍ୟରୁ ଗୁରୁବାର ସବୁଠୁ ପ୍ରିୟ ବାର । କିନ୍ତୁ ଯେଉଁ ମାସର ଶୁକ୍ଳପକ୍ଷ ଦଶମି ତିଥି ଗୁରୁବାର ପଡ଼ିଥାଏ, ସେହିଦିନ ସୁଦଶା ବ୍ରତ ପାଳନ କରାଯାଏ । ଏହାର ବିଶେଷତ୍ୱ ରହିଛି ଯେ, ନବବିବାହିତା ନାରୀ ଏହିଦିନ ନିଜ ପାଇଁ ପ୍ରଥମ ବ୍ରତ କରିଥାନ୍ତି। ପ୍ରଥମେ ଧଳା ବ୍ରତକୁ ହଳଦୀ ପାଣିରେ ବୁଡ଼ାଇ ପରେ ସେଥିରେ ୧୦ଟ ଗଣ୍ଠି ପକାଯାଇଥାଏ। ଏହାର ପ୍ରତ୍ୟେକ ଗଣ୍ଠିରେ ଲକ୍ଷ୍ମୀଙ୍କ ବିଭିନ୍ନ ନାମ ଉଚ୍ଚାରଣ କରାଯାଏ । ଏହାକୁ କେବଳ ଓଡ଼ିଆ ମହିଳା ମାନେ ପାଳନ କରିଥାନ୍ତି । ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ । ଏହାର ପୂର୍ବ ଦିନରୁ ଘର ଧୋଇ ଚିତା ପକାଯାଇଥାଏ । ଏହାଛଡା ଘରେ ଯେପରି କଳହ ବା ବିଶୃଙ୍ଖଳା ଦେଖାଯିବ ନାହିଁ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ନାରୀ ମାନେ ଏହିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସମସ୍ତ ନିତ୍ୟ କାମ ସାରି ମାଆଙ୍କ ପୂଜାରେ ଧ୍ୟାନ ଦେଇଥାନ୍ତି। ସବୁଠୁ ବଡ଼ କଥା ହେଉଛି ଏହିଦିନ ଘରକୁ ଅନ୍ଧାର କରିବା ଉଚିତ୍‌ ନୁହେଁ। ତେବେ ଏହିଦିନ ମାଆଙ୍କୁ ଛେନା ଓ ପିଠା ଆଦିର ଭୋଗ କରାଯାଇ ବହି ପଢ଼ି ପୂଜା ସମ୍ପନ୍ନ କରାଯାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।