You are currently viewing ମେ’ ୩୧ ଯାଏ କୋଣାର୍କ ମନ୍ଦିର ବନ୍ଦ

ମେ’ ୩୧ ଯାଏ କୋଣାର୍କ ମନ୍ଦିର ବନ୍ଦ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର -୨୦.୦୫.୨୦୨୧, ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବଢିବାରେ ଲାଗିଛି । ଏନେଇ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ହୋଇଛି । ବ୍ୟାପକ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ବନ୍ଦ ଅବଧିକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ମେ’ ୧୫ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବାବେଳେ, ଏବେ ଏହାକୁ ମେ’ ୩୧ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏଏସ୍‌ଆଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।