You are currently viewing ସଡକ ଦୁର୍ଘଟଣାରେ ଲେଡି ସିଙ୍ଘମଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ଲେଡି ସିଙ୍ଘମଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ଆସାମ ୧୭/୦୫, ଆସାମ ପୁଲିସରେ ସିଙ୍ଘମ ଭାବେ ଜଣାଶୁଣା ଆସାମ ପୁଲିସର ମହିଳା ସବଇନ୍ସପେକ୍ଟର ଜୁନମୋନି ରାଭାଙ୍କର କାର ଦୁର୍ଘଟଣାରେ ଦେହାନ୍ତ ହୋଇଛି । ସେ ମୋରିକୋଲୋଙ୍ଗ ଆଉଟପୋଷ୍ଟର ପ୍ରଭାରୀ ଥିଲେ ଏବଂ ଅପରାଧୀଙ୍କ ବିରୋଧରେ କଡା ପଦେକ୍ଷେପ ନେବାରେ ଜଣାଶୁଣା ଥିଲେ । ମଙ୍ଗଳବାର ରାତିରେ ଜୁନମୋନି ନିଜ କାରରେ ଘରକୁ ଫେରୁଥିବାବେଳେ ତାଙ୍କ କାର ସହ ଏକ କଣ୍ଟେନର କ୍କ୍ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । କାରରେ ସେ ଏକା ଯାତ୍ରା କରୁଥିଲେ । ଜୁନମୋନୀଙ୍କ ଦୁର୍ଘଟଣା ସୌରଭୁଗିଆଗାଁ ନିକଟ ଜାତୀୟ ରାଜପଥ ନିକଟରେ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଖବର ପାଇବା ପରେ ଜାଖଲାବାନ୍ଧା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।