You are currently viewing ବିପୁଳ ପରିମାଣର ଶାଗୁଆନ କାଠ ଜବତ

ବିପୁଳ ପରିମାଣର ଶାଗୁଆନ କାଠ ଜବତ

ଗଜପତି(ଏଏନଏସ)୦୩/୧୧: ଗଜପତିରେ ପୋଲିସ ଗାଡିରୁ ବିପୁଳ ପରିମାଣର ଶାଗୁଆନ କାଠ ଜବତ ।  ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଓ ଟ୍ରକ ଜବତ ପରେ ଜଣେ ପୋଲିସ ଅଧିକାରୀଙ୍କ ସମେତ ତିନି ଜବାନ ଅଟକ। ରାମ ସାଗର ଛକ ନିକଟରୁ ରିଜର୍ଭ ପୋଲିସ ଗାଡିରେ ଏହି ମୂଲ୍ୟବାନ ଶାଗୁଆନ କାଠ ଚାଲାଣ ହେଉଥିବା ବେଳେ ଏହାକୁ ଜବତ କରାଯାଇଛି । ସୂଚନା ଅନୁଯାୟୀ ଭୋର ସମୟରେ ବନ ବିଭାଗର କର୍ମଚାରୀମାନେ ରାମସାଗର ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଟ୍ରକକୁ ଅଟକାଇ ଥିଲେ କିନ୍ତୁ ଦ୍ରୁତ ଗତିରେ ଟ୍ରକ ଚାଲିଯିବାରୁ ସନ୍ଦେହରେ ଗାଡ଼ି ପଛରେ ଦୈାଡି ଗାଡ଼ି ଅଟକାଇ ଥିବା ବେଳେ ଗାଡ଼ିରେ କାଠ ଚାଲାଣ ହେଉଥିବା ଜାଣି ପାରିଥିଲେ ।

ରିଜର୍ଭ ପୋଲିସ ଭ୍ୟାନରେ ଶହେରୁ ଅଧିକ କାଠ ଗଣ୍ଡି ସାଇଜ କାଠ ଓ ପଟା କାଠ, ସମସ୍ତ କାଠ ମୂଲ୍ୟବାନ ସାଗୁଆନ ବୋଲି ଜଣାପଡିଛି । ଯାହାର ଆନୁମାନିକ ମୁଲ୍ୟ ପ୍ରାୟ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି । ତେବେ ଅଟକ ଥିବା ପୋଲିସ ଜବାନ ମାନେ ତୃତୀୟ ବେଟାଲିଅନର ବୋଲି ଜଣାପଡିଛି । ଭରତ ମହାକୁଡ, ୟସବନ୍ତ  ଆଚାର୍ଯ୍ୟ, ଚିନ୍ମୟ ବେହେରା ଓ ଡ୍ରାଇଭର ଯୋଗେଶ୍ବର ମହାପାତ୍ର ପ୍ରମୁଖ ଅଟକ ଅଛନ୍ତି । ଓଡ଼ିଆ ୦୫AK୫୭୩୩ ନମ୍ବର ବିଶିଷ୍ଟ ପୋଲିସ ଭ୍ୟାନ ରେ ଚାଲାଣ ହେଉଥିଲା ବିପୁଳ ପରିମାଣର କାଠ ।

ଅନ୍ୟମାନଙ୍କୁ ଜଣାନ୍ତୁ।