You are currently viewing ବଜ୍ରପାତ ନେଲା ଜୀବନ

ବଜ୍ରପାତ ନେଲା ଜୀବନ

  • Post category:ଓଡିଶା
  • Reading time:1 mins read

ଢେଙ୍କାନାଳ(ଏଏନ୍‌ଏସ୍‌),୧୮/୧୦: ବଜ୍ରପାତ ନେଲା ମହିଳାଙ୍କ ଜୀବନ । ଏହି ଘଟଣଟି କାମାକ୍ଷାନଗର ଥାନା ରାଏବୋଲ ପଞ୍ଚାୟତ ହାଡଗରି ଗ୍ରାମରେ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ପାର୍ବତି ପ୍ରଧାନ । ସୂଚନା ଅନୁଯାୟୀ ପାର୍ବତି ଆଜି ସକାଳୁ ଜଙ୍ଗଲକୁ ଶାଳପତ୍ର ଆଣିବାକୁ ଯାଇଥିବା ବେଳେ ଜୋରରେ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ସେ ଅଚେତ ହୋଇପଡିଥିଲେ । ତାଙ୍କୁ ପରିବାର ଲୋକେ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।