You are currently viewing ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର-୧୯.୦୮.୨୦୨୧, ସେପ୍ଟେମ୍ବର ୧ରୁ ଖୋଲିବ ଲିଙ୍ଗରାଜ ମନ୍ଦିର । କରୋନା ସଂକ୍ରମଣ କମିବା ପରେ ପ୍ରାୟତଃ ରାଜ୍ୟରେ ସବୁ ମନ୍ଦିର ଖୋଲିସାରିଲାଣି । ଲିଙ୍ଗରାଜ ମନ୍ଦିର ଆସନ୍ତା ସେପ୍ଟେମ୍ବର ୧ରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ଉପରେ ଛଡ଼ା ଯାଇଥିଲା। ମନ୍ଦିର ଖୋଲିବା ନେଇ ସର୍କିଟ ହାଉସରେ ଏକ ବୈଠକ ବସିଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର କାର୍ଯ୍ୟକାରୀ ଅଧିକାରୀ, ଏଡିଏମ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ୩ ନିଯୋଗ ସମ୍ପାଦକ ଉପସ୍ଥିତ ଥିଲେ ।
ସଂପୂର୍ଣ୍ଣ କୋଭିଡ ଗାଇଡଲାଇନ ଅନୁଯାୟୀ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଛି । ମନ୍ଦିର ଗର୍ଭଗୃହକୁ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ ନାହିଁ । ସମସ୍ତ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ମନ୍ଦିର ପରିସରରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବ ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଗଷ୍ଟ ୨୩ରୁ ରାଜଧାନୀରେ ସତସ୍ତ ଧର୍ମାନୁଷ୍ଠାନ ଖୋଲିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।