You are currently viewing ତୃତୀୟ ଥର ପାଇଁ ମା ହେଲା ‘ବିଜଲୀ’

ତୃତୀୟ ଥର ପାଇଁ ମା ହେଲା ‘ବିଜଲୀ’

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୮/୦୩, ଖୁସି ଖବର । ନନ୍ଦନକାନନରେ ତୃତୀୟ ଥର ପାଇଁ ମା ହେଲା ସିଂହ ବିଜଲୀ । ଶୁକ୍ରବାର ଭୋର ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ତେବେ ଆଉ ୫ ରୁ ୭ ଘଣ୍ଟିକା ମଧ୍ୟରେ ଆଉ ଅଧିକ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ବିଜଲୀ । ସେମାନଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇସାରିଥିବା ବେଳେ ୨ଟି ଶାବକ ଜୀବିତ ଅଛନ୍ତି । ଏବେ ଏହି ନୂତନ ଶାବକକୁ ବିଜଲୀ କିପରି ଯତ୍ନ ନେଉଛି ତାର ଗତିବିଧି ଉପରେ ସିସିଟିଭି ମାଧ୍ୟମରେ କର୍ତ୍ତୃପକ୍ଷ ନଜର ରଖିଛନ୍ତି । ଏବେ ଜନ୍ମ ହୋଇଥିବା ଛୁଆ ଓ ମା ସମସ୍ତେ ସୁସ୍ଥ ଥିବା ବେଳେ ଏମାନଙ୍କର ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।