You are currently viewing ୩୧୫ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

୩୧୫ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ବାରଙ୍ଗ(ଏଏନଏସ)୦୫/୦୩, ବାରଙ୍ଗରୁ ବିପୁଳ ପରିମାଣର ଦେଶୀ ମଦ ଜବତ । ସେଠାରୁ ପ୍ରାୟ ୩୧୫ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରିଛି ବାରଙ୍ଗ ପୋଲିସ୍ । ଏହି ଘଟଣାରେ ସଂପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ବାରଙ୍ଗ ଥାନା ଅନ୍ତର୍ଗତ ଫକୀରପୋଡା ଗାଁ ନିକଟରେ ଏହି କାର ଛିଡା ହୋଇଥିବା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ଚଢାଉ କରିଥିଲା । ଏହାପରେ କାର ଭିତରୁ ୯ ଟି ଜାରକିନରେ ଭର୍ତ୍ତି ରହିଥିବା ୩୧୫ ଲିଟର ସ୍ବତନ୍ତ୍ର କ୍ବାଲିଟିର ଦେଶୀ ମଦ ଜବତ କରିଥିଲା ପୋଲିସ । ତେବେ ଏହି ବ୍ୟବସାୟୀକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି ମଦ କେଉଁଠାରୁ ଆସିଲା, କେଉଁଠାକୁ ଚାଲାଣ ହେଉ ଥିଲା ଏହାର ଖୋଳତାଡ ଜାରି ରଖିଛି ପୋଲିସ ।

ଅନ୍ୟମାନଙ୍କୁ ଜଣାନ୍ତୁ।