You are currently viewing ବନ୍ଧୁକ ମୁନରେ ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ

ବନ୍ଧୁକ ମୁନରେ ସୁନାଗହଣା ଲୁଟିନେଲେ ଦୁର୍ବୁତ୍ତ

ରାୟଗଡ଼ା(ଏଏନଏସ) ୦୪/୦୪, ଦିନକୁ ଦିନ ଲୁଟ ବଢ଼ିବାରେ ଲାଗିଛି । ଆନ୍ଧ୍ରର ଜଣେ ବ୍ୟବସାୟୀଙ୍କଠାରୁ ବନ୍ଧୁକ ଦେଖାଇ ୯୦୦ ଗ୍ରାମ ସୁନା ଓ ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ବ୍ୟବସାୟୀ ଜଣଙ୍କ ଘର ଆନ୍ଧ୍ରର ପାର୍ବତୀପୁରମରେ । ସେ ଆନ୍ଧ୍ରରୁ ସୁନା ଗହଣା ଆଣି ରାୟଗଡ଼ାରେ ସୁନା ଦୋକାନୀ ମାନଙ୍କୁ ବିକ୍ରି କରୁଥିଲେ । ବ୍ୟବସାୟୀ ଜଣକ ସ୍କୁଟିରେ ରାୟଗଡ଼ାରୁ ଆନ୍ଧ୍ରକୁ ଫେରୁଥିବାବେଳେ ସୀମାବର୍ତ୍ତୀ ଜମାଦେଈପେଣ୍ଠ ନିକଟରେ କିଛି ଲୁଟେରା ବୁଲେଟରେ ଆସି ବାଟରେ ତାଙ୍କୁ ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ଭୟଭୀତ କରି ୯୦୦ ଗ୍ରାମରୁ ଅଧିକ ସୁନା ଓ ନଗଦ ୯ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।