You are currently viewing ଦମ୍ପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୁତ୍ତ

ଦମ୍ପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୁତ୍ତ

କେନ୍ଦ୍ରାପଡ଼ା(ଏଏନଏସ)୦୧/୦୪, ଦିନକୁ ଦିନ ରାଜ୍ୟରେ ଲୁଟ ବଢ଼ିବାରେ ଲାଗିଛି । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଜଗନ୍ନାଥ ପୁର ଗାଁରେ ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା,ସୁନା ଲୁଟି ନେଲେ ଲୁଟେରା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ରାତିରେ ଉଭୟ ସ୍ୱାମୀ ସ୍ତ୍ରୀ ଘରେ ଶୋଇଥିବା ସମୟରେ କିଛି ଲୁଟେରା ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଥିଲେ । ଆଲମାରି ଖୋଲି ସୁନା ଗହଣା, ପଇସା ନେବାକୁ ଉଦ୍ୟମ କରୁଥିଲା ବେଳେ ବୃଦ୍ଧ ଦମ୍ପତି ଉଠି ପଡ଼ି ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଲୁଟେରାମାନେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା, ସୁନା , ରୁପା ନେଇ ଚମ୍ପଟ ମାରିଥିଲେ। ପଡ଼ୋଶୀ ଦମ୍ପତିଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।