You are currently viewing ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି କରିନେଲେ ଦୁର୍ବୁତ୍ତ

ଗୋପୀନାଥ ମନ୍ଦିରରୁ ୫ଟି ଅଷ୍ଟଧାତୂ ମୂର୍ତ୍ତି ଚୋରି କରିନେଲେ ଦୁର୍ବୁତ୍ତ

ପୁରୀ(ଏଏନଏସ)୧୨/୦୩, ପୁରୀ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋରି ଗ୍ୟାଙ୍ଗ। ପୁଣି ଏକ ମନ୍ଦିରରୁ ମୂର୍ତ୍ତି ଚୋରି ଘଟଣା ସାମ୍ନାକୁ ଆସିଛି। ପୁରୀ ସଦର ବ୍ଲକ ଚନ୍ଦନପୁର ଥାନା ବୀରନରସିଂହପୁର ଗୋପୀନାଥ ମନ୍ଦିରରୁ ୫ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ମା ବନଦୁର୍ଗା, କନକଦୁର୍ଗା, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଲୋକନାଥଙ୍କ ମୂର୍ତ୍ତି ସମେତ ସମସ୍ତ ଅଳଙ୍କାର ମଧ୍ୟ ଚୋରୀ କରିନେଇଛନ୍ତି। ମୂର୍ତ୍ତି ଓଜନ ୧୦୦କେଜିରୁ ଅଧିକ ହେବ ବୋଲି ଜଣାପଡିଛି । ସେହିପରି ୨ଦିନ ତଳେ କଣାସ ବ୍ଲକ ରୋଷଣା ଗାଁ ଇଷାଣେଶ୍ୱର ଶୈବ ପୀଠରୁ ମୂର୍ତ୍ତି ଚୋରୀ କରିଥିଲେ ଲୁଟେରା । ପୁରୀରୁ ଅନେକ ମୂର୍ତ୍ତି ଚୋରି ହେବାରେ ଲାଗିଛି । ଏନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।