You are currently viewing ପୁରୀ ସ୍ଵର୍ଗଦ୍ଵାର ରେ ପୁଣି ଲୁଟେରାଙ୍କ ରାଜ

ପୁରୀ ସ୍ଵର୍ଗଦ୍ଵାର ରେ ପୁଣି ଲୁଟେରାଙ୍କ ରାଜ

  • Post category:ଓଡିଶା
  • Reading time:1 mins read


ପୁରୀ(ଏଏନଏସ)୩୧/୦୮, ସ୍ଵର୍ଗଦ୍ଵାର ଅଞ୍ଚଳରୁ ଅନେକ ବାଇକ୍ ଓ ମୋବାଇଲ ବାରମ୍ବାର ଚୋରି ହେବାର ଅଭିଯୋଗ ଆସୁଥିଲା। ଗତ,୨୭-୮-୨୨ ରାତିରେ ଗୋପ ଅଞ୍ଚଳର ସରଜୁ ବେହେରା ନାମକ ଜଣେ ବ୍ୟକ୍ତି ସ୍ଵର୍ଗଦ୍ଵାର ବିଶ୍ରାମ ସ୍ଥାନ ରେ ସୋଇଥିବା ବେଳେ କିଛି ସମୟ ପରେ ତାଙ୍କ ପଛ ପକେଟ୍ ରେ ରଖିଥିବା ପ୍ରାୟ ୧୫ହଜାର ଟଙ୍କାର ମୋବାଇଲକୁ କେହି ନେଇ ଯାଇଥିବା ଜାଣିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ସେ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ଅଫିସରେ ଜଣାଇବା ପରେ ସେବକ ମାନେ ସ୍ଵର୍ଗଦ୍ଵାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥଲେ।ଏଥିରେ ଜଣେ ବ୍ୟକ୍ତି ସରଜୁ ବେହେରାଙ୍କ ପଛ ପକେଟ୍ ରେ ବ୍ଲେଡ ମାରି ତାଙ୍କ ମୋବାଇଲ ନେଇ ଯାଉ ଥିବାର ଦେଖିବାକୁ ମିଳିଥିଲା।

ଏହା ପରେ ସେଇବ୍ୟକ୍ତି ଆଉ ଜଣଙ୍କ ସହିତ ମିଶି ସ୍ଵର୍ଗଦ୍ଵାର ବାହାରେ ଥିବା ମୁଖ୍ୟ ସେବକ ଓ ଅନ୍ୟ ଜଣଙ୍କ ଗାଡ଼ିକୁ ଖୋଲିବାକୁ ଦୀର୍ଘ ସମୟ ଧରି ଚେଷ୍ଟା କରି ବିଫଳ ହୋଇ ପଳାଇ ଯାଇଥିଲେ।ସମୁଦ୍ରକୁଳ ଥାନାରେ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ତରଫରୁ ଏହି ଫୁଟେଜକୁ ଅଧିକ ତଦନ୍ତ ପାଇଁ ଦିଆଯାଇଛି।ସ୍ଵର୍ଗଦ୍ଵାର ଠାରେ ମାଦକ ଦ୍ରବ୍ୟ ସେବନ, ଗଣ୍ଡଗୋଳ,ଚୋରି ଇତ୍ୟାଦି କୁ ରୋକିବା ପାଇଁ ସିସିଟିଭି ବ୍ୟବସ୍ଥା କରାଯାଇଛି। ତେବେ ଏହାକୁ ଭ୍ରୁକ୍ଷେପ ନ କରି ଲୁଟେରା ମାନେ ସକ୍ରିୟ ହୋଇ ପଡିଛନ୍ତି। ସ୍ଵର୍ଗଦ୍ଵାର ରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡାକଡି ପାଇଁ ବିଭିନ୍ନ ମହଲରେ ଦାବି ହୋଇଚି।

ଅନ୍ୟମାନଙ୍କୁ ଜଣାନ୍ତୁ।